28 July 2014

ଚିତାଲାଗି ଅମାବାସ୍ୟା

(ଶ୍ରୀବିଗ୍ରହମାନଙ୍କର ଚିତାଲାଗି ବେଶ)

ଦୀର୍ଘ ଚାରିମାସର ଗ୍ରୀଷ୍ମ ପ୍ରବାହ ପରେ ଧରାପୃଷ୍ଠକୁ ଆସେ ବର୍ଷା ବର୍ଷାର ଆଗମନରେ ଚାଷୀ କର୍ମତତ୍ପର ହୋଇଉଠେ ବିଲରେ ବଛା, ତଳିପକା, ରୁଆ, ବେଉଷଣ କାମ କରେ; ଆସନ୍ତା ବର୍ଷର ଆହାର ପାଇଁ ଉଦ୍ଯୋଗ କରେ ଏହି ସମୟରେ ଓଡ଼ିଶାର ପୁରପଲ୍ଲୀରେ ଶ୍ରାବଣ ମାସର ଅମାବାସ୍ୟା ଦିନ ଚିତାଲାଗି ବା ଚିତଉ ଅମାବାସ୍ୟା ପର୍ବ ପାଳିତ ହୁଏ ଘରେ ଘରେ ଚିତଉ ପିଠା ହୁଏ ଓଡ଼ିଆ ଘରର ପିଠା ଏଣ୍ଡୁରି, ଚକୁଳି, ମଣ୍ଡା ପିଠା ପରି ଚିତଉ ଏକ ସ୍ୱତନ୍ତ୍ର ଧରଣର ପିଠା

ଏହିଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ବେଶ ହୋଇଥାଏ ସ୍ନାନଯାତ୍ରା ପରେ ଠାକୁରମାନେ ସ୍ନାନମଣ୍ଡପରୁ ଅଣସର ଘରକୁ ବିଜେ କରିବା ପରେ ଶ୍ରୀବିଗ୍ରହମାନଙ୍କର ମସ୍ତକରେ ଲାଗିଥିବା ହୀରା ନୀଳା ମାଣିକ୍ୟ ଖଚିତ ସୁବର୍ଣ୍ଣ ଚିତାକୁ ମଇଲମ (କାଢ଼ିଦେଇ) ହୋଇ ରତ୍ନଭଣ୍ଡାରରେ ଯଥାସ୍ଥାନରେ ରଖାଯାଇଥାଏ ଚିତାଲାଗି ଅମାବାସ୍ୟା ଦିନ ଏହି ରତ୍ନଖଚିତ ସୁବର୍ଣ୍ଣ ଚିତା ପୁନର୍ବାର ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଲାଗି ହୋଇଥାଏ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଚିତା, ମାଆ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଚିତା ଏବଂ ଶ୍ରୀବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ଚିତା ଦଇତାପତିମାନେ ଲାଗି କରିଥାନ୍ତି ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଆସନ୍ତା ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ
  

14 July 2014

ଓଁ ନମଃ ଶିବାୟ !

ଅକ୍ଷର ପାପ ନାଶେ
ମୁକ୍ତି ଦାତା ମାନସେ ।।
ଏ ଦୁଇ ଅକ୍ଷର ମିଶିଲା
ଶିବ ନାମ ଗୋଟି ହୋଇଲା ।।

ଶିବ = + +ଏଥିରୁ ଅକ୍ଷରକୁ ବାହାର କରିଦେଲେ ହେବ ଶବ’, ଅର୍ଥାତ ଜଡ ହେଉଛି ଜଗଦମ୍ବା ଆହ୍ଲାଦିନୀ ଶକ୍ତି, ପ୍ରାଣ ବା ଜୀବନ ଯାହାର ଜୀବନ ଅଛି ସେ ଶିବ ଏବଂ ଯାହାର ଜୀବନ ନାହିଁ ସେ ଶବ

ଏ ଭବମୟ ସଂସାରରେ ବିଭିନ୍ନ ଦେବତାଙ୍କର ବିଭିନ୍ନ ଅବତାର ଅଛି, ଯୁଗ ଅନୁସାରେ ରୂପରେ ଭେଦ ମଧ୍ୟ ଅଛି ମାତ୍ର ଭଗବାନ ପରମାତ୍ମା ଶିବ ହେଉଛନ୍ତି ଏକମାତ୍ର ଦେବତା ଯାହାଙ୍କର ଆଦି ଯାହା, ମଧ୍ୟ ତାହା ଏବଂ ଅନ୍ତ ମଧ୍ୟ ସେଇଆ ତାଙ୍କର କୌଣସି ପରିବର୍ତ୍ତନ ନାହିଁ ସେ ହେଉଛନ୍ତି ଚିରନ୍ତନ-ସତ୍ୟ-ସନାତନ-ଆଦି-ଅନାଦି-ପରମପିତା-ପରମେଶ୍ୱର

ଜ୍ଞାନର ଓଜସ୍ୱିନୀ ଭଣ୍ଡାର ହେଉଛନ୍ତି ପରମାତ୍ମା ଶିବ ମାତ୍ର ଜ୍ଞାନ ଦେଲାବେଳେ ବ୍ରହ୍ମା, ଜ୍ଞାନକୁ ପାଳନ କଲାବେଳେ ବିଷ୍ଣୁ ଏବଂ ଜ୍ଞାନ ପାଇଁ ଦଣ୍ଡ ଦେଲାବେଳେ ସେ ରୁଦ୍ର (ମହେଶ୍ୱର) ରୂପ ଧାରଣ କରନ୍ତି ତେଣୁ ସେ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ପ୍ରଳୟ

ଭଗବାନ ଶିବ ହେଉଛନ୍ତି କାଳର କାଳ, ଯମର ଯମ ଏବଂ ସକଳ ଦେବତାଙ୍କର ଦେବତା ଦେବାଧିଦେବ ମହାଦେବ ସର୍ବବେଦ ତାଙ୍କର ସ୍ୱରୂପ; ସେ ସର୍ବାନ୍ତର୍ଯ୍ୟାମୀ ପ୍ରଳୟରେ ସମସ୍ତ ଭସ୍ମୀଭୂତ ହୋଇଗଲେ ମଧ୍ୟ ଶିବ ବା ସୃଷ୍ଟିତତ୍ତ୍ୱର ବିନାଶ ହୁଏ ନାହିଁ 

ଶିବ ବିଭୂତି ଦେହରେ ବାଜିଲେ ଏ ଶରୀର ପବିତ୍ର ହୋଇଯାଏ, ମାନବ ଜନ୍ମ ସାର୍ଥକ ହୁଏ ଯେ କୌଣସି ଦେବତାଙ୍କୁ ପୂଜାକଲେ ଭଗବାନ ଶିବ ସେହି ଦେବତା ମଧ୍ୟରେ ରହି ପୂଜା ପାଇ ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତର ମନୋବାଞ୍ଛା ପୂରଣ କରନ୍ତି

ସେହି ପରମ କରୁଣାମୟ ଭଗବାନ ଶିବ, ସ୍ମଶାନବାସୀ, ତ୍ରିଶୂଳଧାରୀ-ଜଟାଧାରୀ, ବୃଷଭ ବାହନ, ସର୍ପ ଅଳଙ୍କୃତ ଶିବ, ଯାହାଙ୍କର ତ୍ରିନେତ୍ର ହେଉଛି ସୂର୍ଯ୍ୟ, ଚନ୍ଦ୍ର ଓ ଅଗ୍ନି, ଯାହାଙ୍କ ମୁଖନିଃସୃତ ବାଣୀ ହେଉଛି ଉପନିଷଦ, ଯେ ନିଜେ ନିଜର ସୃଷ୍ଟିକର୍ତ୍ତା, ଯାହାଙ୍କ ଇଚ୍ଛାରେ ଏ ସୃଷ୍ଟି, ଆଦିପିତା ଈଶ୍ୱର - ସମସ୍ତଙ୍କର ମଙ୍ଗଳ କରନ୍ତୁ !

ଜୟ ବାବା ଶିବ ଶଙ୍କର !


ଗୋ ମାତା

ସର୍ବେ ଦେବା ଗବାମଙ୍ଗେ ତୀର୍ଥାନି ତପ୍ତଦେଷୁ ଚ
ତଦ୍ ଗୁହୋଷୁ ସ୍ୱୟଂ ଲକ୍ଷ୍ମୀସ୍ତିଷ୍ଠତ୍ୟେବ ସଦାପିତଃ ।।
ଗୋଷ୍ପଦାକ୍ତମୃଦା ଯୋହି ତିଳକଂ କୁରୁତେ ନରଃ
ତୀର୍ଥସ୍ନାତୋ ଭବେତ୍ ସଦ୍ୟୋ ଜୟସ୍ତସ୍ୟ ପଦେ ପଦେ
ଗାବସ୍ତିଷ୍ଠନ୍ତି ଯତ୍ରୈବ ତତ୍ତୀର୍ଥଂ ପରିକୀର୍ତ୍ତିତମ୍
ପ୍ରାଣାଂସ୍ତ୍ୟକ୍ତ୍ୱା ନରସ୍ତତ୍ର ସଦ୍ୟୋସ୍ୱକ୍ତୋ ଭବେଦ୍ ଧୃବମ୍ ।।
(ବ୍ରହ୍ମବୈବର୍ତ୍ତ ପୁରାଣ ଶ୍ରୀକୃଷ୍ଣ ଜନ୍ମ’)

ଅର୍ଥାତ - ଗୋ ମାତାଙ୍କ ଶରୀରରେ ସକଳ ଦେବତା ବାସ କରନ୍ତି ତାଙ୍କ ପାଦରେ ସମସ୍ତ ତୀର୍ଥ ଅବସ୍ଥାନ କରିଥାଏ ଗୁହ୍ୱାଦେଶରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି ପାଦ ଖୁରାରେ ଲାଗିଥିବା ମାଟିକୁ ଯେଉଁ ମନୁଷ୍ୟ ତିଳକ ରୂପେ ଧାରଣ କରେ, ସେ ମୋକ୍ଷ ପ୍ରାପ୍ତ ହୋଇଥାଏ ଗୋପାଦର ତୀର୍ଥ ଜଳରେ ସ୍ନାନ କଲେ ସକଳ ପ୍ରକାର ପୁଣ୍ୟ ପ୍ରାପ୍ତି ହୁଏ, ଯାତ୍ରା ସୁଫଳ ହୁଏ ଯେଉଁଠାରେ ଗୋମାତା ବାସ କରନ୍ତି ସେ ସ୍ଥାନକୁ ତୀର୍ଥଭୂମି କୁହାଯାଏ ସେହି ତୀର୍ଥରେ ବା ତୀର୍ଥଭୂମିରେ ଯେଉଁ ମନୁଷ୍ୟର ମୃତ୍ୟୁ ହୁଏ ସେ ସଙ୍ଗେ ସଙ୍ଗେ ମୁକ୍ତି ହୋଇଥାଏ, ତାକୁ ଯମଯନ୍ତ୍ରଣା ଲାଗେ ନାହିଁ

ଗାଭୀ (ଗାଈ)କୁ ଆମେ ଗୋମାତା ରୂପରେ ପୂଜା କରୁ ଗୋମାତା ହେଉଛନ୍ତି ସମସ୍ତ ପ୍ରାଣୀଜଗତର ମାତା ସେ ହେଉଛନ୍ତି ସର୍ବୋତ୍ତମ ଅନ୍ନ ପ୍ରାପ୍ତିର କାରଣ ଯେଉଁ ଲୋକ କାମଧେନୁ (ଦୁଗ୍ଧ ଦେଉଥିବା ଗୋମାତା)ଙ୍କୁ ଦାନକରେ, ସେ ସମସ୍ତ ପ୍ରକାର ଦୁର୍ଗମ, ଦୁଷ୍କର୍ମ, ପାପ ଆଦିରୁ ମୁକ୍ତିପ୍ରାପ୍ତ ହୋଇଥାଏ

ଗୋମାତାଙ୍କୁ ସ୍ପର୍ଶ କଲେ ସର୍ବପାପ କ୍ଷୟ ହୁଏ
ଗୋମାତାଙ୍କୁ ସେବା କଲେ ସ୍ୱର୍ଗ ପ୍ରାପ୍ତି ହୁଏ
ଗୋମାତାଙ୍କୁ ରକ୍ଷା କଲେ ବ୍ରହ୍ମ ପ୍ରାପ୍ତି ହୁଏ
ଗୋମାତାଙ୍କୁ ପ୍ରଦକ୍ଷିଣ କଲେ ସପ୍ତଜନ୍ମର ପାପରୁ ମୁକ୍ତି ମିଳେ
ଗୋମାତାଙ୍କ ମୁଖରେ ଘାସ ଦେଲେ ସୁଖ, ଧନ, ବୈଭବ ପ୍ରାପ୍ତି ହୁଏ


ସିନ୍ଦୁରବୋଳା ହନୁମାନ

ଥରେ ବୀର ହନୁମାନ ମାଆ ସୀତା ତାଙ୍କ ମଥାରେ ସିନ୍ଦୁର ଲଗାଉଥିବାର ଦେଖି ଛୋଟପିଲାଙ୍କ ପରି ପଚାରିଲେ, ମାଆ, ଆପଣ ମସ୍ତକରେ କଣ ଲଗାଉଛନ୍ତି ? କାହିଁକି ଲଗାଉଛନ୍ତି ? ଏହା ଲଗାଇଲେ କଣ ହେବ ?”

ମାଆ ସୀତା ହନୁମାନଙ୍କଠାରୁ ଏକାବେଳେ ଏତେ ଗୁଡିଏ ପ୍ରଶ୍ନ ଶୁଣି ମୁରୁକି ହସି ଉତ୍ତର ଦେଲେ, ହେ ହନୁମାନ ! ଏହା ହେଉଛି ସିନ୍ଦୁର ଏହାକୁ ଲଗାଇଲେ ସ୍ୱାମୀ ରାମଚନ୍ଦ୍ରଙ୍କର ଆୟୁଷ ବୃଦ୍ଧି ହେବ, ତାଙ୍କର ସର୍ବବିଧ ମଙ୍ଗଳ ହେବ ଏବଂ ସେ ମୋ ଉପରେ ପ୍ରସନ୍ନ ହେବେ, ଫଳରେ ମୋର ଶୁଭ ହେବ

ଏହାଶୁଣି ହନୁମାନ ବହୁତ ଆନନ୍ଦିତ ହେଲେ ଏବଂ ମନେ ମନେ ଭାବିଲେ, ମାଆ ଦୁଇଟୋପା ସିନ୍ଦୁର ଲଗାଇଲେ ଭଗବାନ ଶ୍ରୀରାମଙ୍କର ଯଦି ଆୟୁଷ ବଢିଯାଉଛି, ସେ ପ୍ରସନ୍ନ ହେଉଛନ୍ତି ତାହେଲେ ମୁଁ ମୋର ସର୍ବାଙ୍ଗ ଦେହରେ ସିନ୍ଦୁର ବୋଳିହେଲେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଜର ଅମର ହୋଇଯିବେ, ମୁଁ ଯେତେବେଳେ ଚାହିଁବି ସେ ମୋ ଉପରେ ପ୍ରସନ୍ନ ହେବେ

ଏହା ଭାବି ଭକ୍ତ ହନୁମାନ ନିଜ ଦେହସାରା ସିନ୍ଦୁର ବୋଳିହୋଇ ଦରବାରରେ ପହଞ୍ଚିଲେ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଭକ୍ତି ସହକାରେ ପ୍ରଣାମ କଲେ ଶ୍ରୀରାମଚନ୍ଦ୍ର ହନୁମାନଙ୍କର ଏପରି ସର୍ବାଙ୍ଗ ସିନ୍ଦୁରବୋଳା ଦେହ ଦେଖି କୌତୁହଳ ହୋଇ ଏହାର କାରଣ ପଚାରିଲେ ହନୁମାନ ଖୋଲା ହୃଦୟରେ ନିଜ ଦେହରେ ସିନ୍ଦୁର ଲଗାଇବାର କାରଣ ପ୍ରଭୁ ରାମଚନ୍ଦ୍ରଙ୍କ ଆଗରେ ବର୍ଣ୍ଣନା କଲେ

ସବୁ ଶୁଣିସାରି ପ୍ରଭୁ ଶ୍ରୀରାମଚନ୍ଦ୍ର ଅତି ପ୍ରସନ୍ନ ହେଲେ ଏବଂ ଭକ୍ତ ହନୁମାନଙ୍କୁ କୁଣ୍ଢାଇପକାଇ କହିଲେ, ବତ୍ସ ! ତୁମ ଭଳି ଭକ୍ତ ପାଇ ମୁଁ ବହୁତ ଆନନ୍ଦିତ ତୁମେ ମୋର ଶ୍ରେଷ୍ଠ ଭକ୍ତ ତୁମକୁ ଆଶିର୍ବାଦ କରୁଛି, ଏହି ସିନ୍ଦୁରବୋଳା ରୂପରେ ତୁମେ ଅମରତ୍ୱ ଲାଭ କର ତୁମେ ଏହି ରୂପରେ ସବୁଦିନ ପୂଜା ପାଇବ ଯିଏ ତୁମ ଦେହରୁ ସିନ୍ଦୁର ନେଇ ମଥାରେ ଲଗାଇବ, ତାର ସମସ୍ତ ଅଭୀଷ୍ଟ ପୂରଣ ହେବ ଓ ସର୍ବବିଧ ମଙ୍ଗଳ ହେବ

ଏମିତି ସିନା ଭକ୍ତି ! ଜୟ ଶ୍ରୀହନୁମାନ ଜୀ କି !


ରଜ ପର୍ବ

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରେ ସମସ୍ତେ ଅତିଷ୍ଠ ହୋଇ ପଡ଼ିଥାନ୍ତି ନଈ, ନାଳ, ପୋଖରୀ ଶୁଖିଯାଇଥାଏ ଚାଷୀ ଚାହିଁ ରହିଥାଏ ବର୍ଷାକୁ ଏହି ସମୟରେ ଜଗତର କଲ୍ୟାଣ ପାଇଁ, ଶୁଷ୍କ, ଉତ୍ତପ୍ତ ପ୍ରାଣରେ ଶୀତଳ ବାରିଧାରାର ସ୍ପର୍ଶ ଦେବା ପାଇଁ, ମାଟିକୁ ପ୍ରଜନନକ୍ଷମ(ଫସଲ ଉତ୍ପାଦନକ୍ଷମ) କରିବା ପାଇଁ ଧରିତ୍ରୀ ମାଆ ହୁଅନ୍ତି ରଜସ୍ୱଳା; ଧରାପୃଷ୍ଠକୁ ଓହ୍ଲାଇ ଆସେ ବର୍ଷା  ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଏ ଉତ୍ସାହ, ଉଦ୍ଧିପନା ମଧ୍ୟରେ ଓଡ଼ିଶାର ପୁରପଲ୍ଲୀରେ ପାଳନ ହୁଏ ରଜ ପର୍ବ

ରଜପର୍ବ ସାଧାରଣତଃ ତିନି ଦିନ ଧରି ପାଳନ କରାଯାଏ ଜ୍ୟେଷ୍ଠ ମାସର ଶେଷ ଦିନକୁ ଆମେ ପହିଲି ରଜ ଭାବେ ପାଳନ କରୁଥିବାବେଳେ, ଦ୍ୱିତୀୟ ଦିନ(ଆଷାଢ଼ ମାସର ପ୍ରଥମ ଦିନ) ମିଥୁନ ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି, ତୃତୀୟ ଦିନ(ଆଷାଢ଼ର ଦ୍ୱିତୀୟ ଦିନ)କୁ ଭୂମି ଦହନ ରୂପେ ପାଳନ କରୁ । ଏହି ସମୟରେ ମାଆ ବସୁମତୀ ରଜସ୍ୱଳା ହୋଇଥିବାରୁ କେହି ଭୂଇଁ ଉପରେ ଖାଲି ପାଦରେ ଚାଲନ୍ତି ନାହିଁ, ପତ୍ର ବା ଖୋଳପାରେ ତିଆରି କଠଉ ପିନ୍ଧି ଭୂଇଁ ଉପରେ ଚାଲିବାର ବିଧି ରହିଛି । ମାଟି ମାଆକୁ କର୍ଷଣ କରାଯାଏ ନାହିଁ, ଭୂମିରେ ହଳ ବୁଲାଇବା କିମ୍ବା ମାଟି ଖୋଳିବା ମଧ୍ୟ ମନା ବସୁମତୀ ମାତା ତିନି ଦିନ ଧରି ଅସ୍ପୃଶ୍ୟ ରହିବା ପରେ ଚତୁର୍ଥ ଦିନ ସ୍ନାନ କରି ଶୁଦ୍ଧ ହୁଅନ୍ତି, ଏହି ଦିନକୁ ବସୁମତୀ ସ୍ନାନ କୁହାଯାଏ ଅନେକ ଏହାକୁ ଲକ୍ଷ୍ମୀ ଗାଧୁଆ ଭାବେ ପାଳନ କରିଥାନ୍ତି

ରଜ ପର୍ବର ବିଶେଷତ ହେଲା ଦୋଳି ଖେଳ ଝିଅମାନେ ରଜଗୀତ ଗାଇ ଗାଇ ଦୋଳି ଝୁଲି ଏବଂ ପୁଚି ଆଦି ଖେଳି ପର୍ବଟିକୁ ଉପଭୋଗ କରନ୍ତି ପୁଅମାନେ ଲୁଡ଼ୁ, ତାସ୍, ବାଗୁଡ଼ି ଆଦି ଖେଳି ରଜ ପର୍ବ ପାଳନ କରନ୍ତି ରଜ ପାନ ଏହି ପର୍ବର ଆଉ ଏକ ବିଶେଷ ପରମ୍ପରା ପାରସ୍ପରିକ ସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ପ୍ରୀତିର ପ୍ରତୀକ ଭାବରେ ରଜପାନର ଦିଆନିଆ ହୋଇଥାଏ ଘରେ ଘରେ ପୋଡ଼ପିଠା ଓ ଚକୁଳି ପିଠା ହୁଏ ରଜ ପର୍ବର ଅନ୍ୟତମ ଆକର୍ଷଣ ରଜଦୋଳି ଗୀତ, ଯାହା ଗାଁ ଗହଳିରେ ଜନ୍ମ ହୋଇ ପୁରୁଷ ପୁରୁଷ ଧରି ଲୋକ ମୁଖରେ ବୋଲାଯାଇଆସୁଛି ରଜଦୋଳି ଗୀତ କହେ ଗାଁ ମାଟିର କଥା, ଓଡ଼ିଶାର ପାଣିପବନର କଥା, ଆଉ ଖାଣ୍ଚି ଓଡ଼ିଆ ପଣିଆର କଥା ଏହି ଗୀତ ମାଧ୍ୟମରେ ଫୁଟିଉଠେ ପରସ୍ପର ମଧ୍ୟରେ ଥିବା ସ୍ନେହଶ୍ରଦ୍ଧା, ଟାହିଟାପରା, ମାନଅଭିମାନ, ଭାବପୀରତି ସବୁ କିଛି...

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।।
ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା
ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।।
ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା
ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।।
ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି
ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।।
ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ
ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।।
ଶଙ୍ଖ ମଲମଲ ଗିନା, ଦରଦ ଜାଣେ ଲୋ ଦରଦୀ ସିନା
ଦରଦୀ ସିନା ଲୋ, ବଣିଆ ଚିହ୍ନେଟି ସୁନା ।।
ନିମ୍ବର ବୁକେ ଚନ୍ଦନ, ଦେବତା ଗଢ଼ାଇଲା ନାରୀ ଜୀବନ
ନାରୀ ଜୀବନ ଲୋ, ଦେଲା ତହିଁ ଯଉବନ ।।
ଢମଣା ଛାଡ଼ିଲା କାତି, ପୁରୁଷ ସିନାଲୋ ଭ୍ରମର ଜାତି
ଭ୍ରମର ଜାତି ଲୋ, ନୂଆ ଖୋଜୁଥାନ୍ତି ନିତି ।।
ଚାନ୍ଦରେ କଳଙ୍କ ଚିହ୍ନ, ନବ ଯଉବନି କିଆଁ ଗୁମାନ
କିଆଁ ଗୁମାନ ଲୋ, ଆସିଲେଣି ଜୀବ ଧନ ।।
ପୋଖରୀ ତୁଠ ପଥର, ତତେ ଦେଖିଥିଲି ବାଲି ବନ୍ଧର
ବାଲି ବନ୍ଧର ଲୋ, ଆଖି ଥିଲା ଏଣେ ତୋର ।।
ସାହାଡ଼ା ଗଛର ଛାଇ, ସେଦିନ କଥାକି ତୋ ମନେ ନାଇଁ ।
ତୋ ମନେ ନାଇଁ ଲୋ, ଏତେ ଆନମନା କାହିଁପାଇଁ ।।
ଖୋସାରେ ଖୋସିଲି ଫୁଲ, କେତେ ଦେଖାଉଛୁ ନୁଖୁରା ଗେଲ ।
ନୁଖୁରା ଗେଲରେ, ଭାଙ୍ଗି ଦେବି ତୋର ଗାଲ ।।
ନଈର ଶୁଖିଲା ବାଲି, କେତେ ଫୁଲି ହେଉ ପୁଚୁକିଗାଲି ।
ପୁଚୁକି ଗାଲି ଲୋ, ଦେଖାଉଛୁ କେତେ ବେଲି ।।
ବାଜିଲା ତେଲିଙ୍ଗି ବାଜା, ରସିକ ଯେ ଜାଣେ ସ୍ନେହର ମଜା ।
ସ୍ନେହର ମଜା ରେ, ସେ ସିନା ମୋ ମନ ରଜା ।।
ଲୁଚିଗଲା ମେଘେ ଚାନ୍ଦ, ଦୋଳି କଟକଟ କରେ ଶବଦ ।
କରେ ଶବଦ ଲୋ, ବହନ୍ତେ ପବନ ମନ୍ଦ ।।
ଦୋଳି ହୁଏ ରଟରଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ।
ସୁନା ନୁକୁଟ ଲୋ, ଦିଶୁଥାଏ ଝଟଝଟ ।।
ପରବତେ ଜଳେ ନିଆଁ, ପହଞ୍ଚାଇ ଦୋଳି ତେଣେ ନ ଚାହାଁ
ତେଣେ ନ ଚାହାଁ ଲୋ, ପୁଣି ହେବ ବାଆଁ ଡାଆଁ ।।
ଉତୁରି ପଡ଼ିଲା ଦୁଧ, ଉଙ୍କି ମାରି ମାରି ଅନାଉ ଥାଏ
ଅନାଉ ଥାଏ ଲୋ, ନନ୍ଦର ଉଦିଆ ଚାନ୍ଦ ।।
ଛତରା ବଜାର ହାଟ, ଛକି ବସିଥିବ ଚଗଲା ନଟ
ଚଗଲା ନଟ ଲୋ, ଛନ୍ଦରେ ମାଗିବ ଘାଟ ।।
ଥୋଡ଼ମଞ୍ଜା କଲି ରାଇ, କଣ ନ କଲେ କଳା କହ୍ନାଇ
କଳା କହ୍ନାଇ ଲୋ, ମୁହଁକୁ ଯା ନ ଅନାଇ ।।
କରମଙ୍ଗା କଲି ରାଇ, ମଥୁରାକୁ ଗଲେ କଳା କହ୍ନାଇ
କଳା କହ୍ନାଇ ଲୋ, କଣ୍ଟ ଦେଇ ଗଲେ କାହିଁ ।।
ସାଉଁଟିଲି ବିଲ ଘଷି, କିମ୍ପାଇଁ ରାଧିକା ବସିଲା ରୁଷି
ବସିଲା ରୁଷି ଲୋ, ଫୁଲ ଶେଜ ହେଲା ବାସି ।।
କଟକଟ ହୁଏ ଦୋଳି, ଭାଉଜଙ୍କ ମନ ଯାଇଛି ଜଳି
ଯାଇଛି ଜଳି ଲୋ, ଭାଇ ବିଦେଷୁ ନଇଁଲେ ବୋଲି ।।
ଗରଜେ କଳା ବଉଦ, ମୋତେ ତ ବରଷ ହେଲା ଚଉଦ
ହେଲା ଚଉଦ ଲୋ, ଗଲାଣି ପିଲା ସୁଆଦ ।।
ବଇଁଶୀ ବାଜିଲା କୁଞ୍ଜେ, ବଡ଼କଥା ବଡ଼ ଲୋକଙ୍କୁ ସାଜେ
ବଡ଼ ଲୋକଙ୍କୁ ସାଜେ ଲୋ, ଛୋଟ କଲେ ଛାଟ ବାଜେ ।।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗ
ବଡ଼ଙ୍କ ଆଗ ଲୋ, ଲାଗିବ ନାହିଁଟି ଦାଗ ।।
ଛତୁ ଫୁଟେ ବରଷାରେ, ଛତରାଟା କେତେ ଛଇ ଦେଖାଉରେ
ଛଇ ଦେଖାଉରେ, ଅଛି କି ତୋ ଭରଷାରେ ।।
କରଡ଼ି ଖସିଲା ଆମ୍ବ, ପର କାହୁଁ ଘର ପରାଣୀ ହେବ
ପରାଣୀ ହେବ ରେ, ମନ ଜାଣି ଖଞ୍ଜି ଦେବ ।।
ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ
ନାଗର ଜଣେ ଲୋ, ମୁଣ୍ଡି ଝାଡୁ ଖାଲି ପଣେ ।।
ଅଦିନେ ପଣସ ସିଠା, ବଚନରେ ଯାର ନଥାଏ ମିଠା
ନଥାଏ ମିଠା ଲୋ, ସେଟା ବାଡ଼ ପକା କଣ୍ଟା ।।
ପାହାନ୍ତି ରାବିଲେ ପେଚା, ଯିଏ ହୋଇଥିବ ସିଂହର ବଚ୍ଚା
ସିଂହର ବଚ୍ଚା ଲୋ, ଦେବ ନାହିଁ ପଛଘୁଞ୍ଚା ।।
ମଇଁଷି ଶିଙ୍ଗରେ ଖସା, ମଉସା ପୁଆଟା ଏଡ଼େ ସହସା
ଏଡ଼େ ସହସା ଲୋ, ମତେ କଲା ଲୋକହସା ।।
ଜାରା ମାରିଦେଲା ବାଣ, ଯାହାଠାରେ ଯାର ମିଶିଛି ମନ
ମିଶିଛି ମନ ଲୋ, ସେହି ଜାଣେ ତାର ଗୁଣ ।।
କାଟି ଗଲି କଳାଦୁବ, ଝିଅ ଜନମରେ ଏତିକି ଲାଭ
ଏତିକି ଲାଭ ଲୋ, ବନ୍ଧୁ ଘର ଅରଜିବ ।।
କାଳୀଗାଇ ଦୁଧ କ୍ଷୀରି, ନୂଆ ପୀରତିରେ ମଉଜ ଭାରି
ମଉଜ ଭାରି ଗୋ, ପୁରୁଣାଟି ନିମ୍ବ ପରି ।।
ଆମ୍ବ ପତ୍ର ଗହଳିଆ, ପ୍ରୀତି ପଙ୍କେ ତୁହି ହେବୁ ଗୋଳିଆ
ହେବୁ ଗୋଳିଆ ଲୋ, ତୋଫା ହେବଟି ଧୁଳିଆ ।।
ଥିରି ଥିରି ଚାଲେ ହାତୀ, ଥୟ ନ ହେଉଛି କିମ୍ପା ଏ ଛାତି 

କିମ୍ପା ଏ ଛାତି ଲୋ, ଥକା ଦୋଳି ହେଲା ରାତି ।।