“ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା,
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ।
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ,
କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ ।
ସନ୍ଧ୍ୟା ଗଡ଼ିଗଲେ ଯେ ଦିଅଇ ସନ୍ଧ୍ୟାବତୀ,
ଧନପୁତ୍ର ହାନି ହୁଏ ସଦା ବହୁ କ୍ଷତି ।
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ,
ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ ।
ଶାଶୁ, ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ,
ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ ।”
ଉତ୍କଳୀୟ ପରମ୍ପରାରେ ପବିତ୍ର ମାସ ମାର୍ଗଶୀରର ଗୁରୁବାର ଦିନ ଧନ ଓ ଅନ୍ନଦାତ୍ରୀ ମାଆ
ଲକ୍ଷ୍ମୀଙ୍କର ପୂଜା ସହିତ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି । କେବଳ ଯେ ଧନସମ୍ପଦ ଓ ସୁଖସମୃଦ୍ଧି ପାଇଁ ମାଆଙ୍କର ପୂଜା
ଅତ୍ୟନ୍ତ ନିଷ୍ଠା ସହକାରେ କରାଯାଏ,
ତାହା ନୁହେଁ; ଏଥିରୁ
ପ୍ରତିପାଦିତ ହୁଏ - ନାରୀ ଶକ୍ତି କିଛି କମ୍
ନୁହେଁ, ସେ ଚାହିଁଲେ ପୁରୁଷକୁ ପରାସ୍ତ କରିପାରେ । ନାରୀ
କେବଳ ମମତାମୟୀ ନୁହେଁ, ଶକ୍ତିସ୍ୱରୂପିଣୀ ମଧ୍ୟ । ଏହି
ପୂଜାବିଧିରୁ ଅନେକ ନୀତିଶିକ୍ଷା ମଧ୍ୟ ମିଳେ । ଯେପରି କି ନାରୀମାନଙ୍କର କର୍ତ୍ତବ୍ୟ, ଆଚାର, ବିଚାର
ସମ୍ପର୍କରେ ଲକ୍ଷ୍ମୀ ପୁରାଣରେ ଉପରୋକ୍ତ ପ୍ରକାରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ଏଥିରେ କବି ବଳରାମ ଦାସ ଜାତି-ଅଜାତି,
ଛୁଆଁ-ଅଛୁଆଁ ଭେଦଭାବ ବିରୋଧରେ ମଧ୍ୟ ଉଲ୍ଲେଖ କରିଛନ୍ତି । ବଡ଼ ଦେଉଳରେ ଛୁଆଁ-ଅଛୁଆଁ ରହିବ ନାହିଁ ବୋଲି ମାତା ଲକ୍ଷ୍ମୀଙ୍କ ଦ୍ୱାରା ସ୍ୱୟଂ
ଜଗନ୍ନାଥଙ୍କଠାରୁ ଏହି ସତ୍ୟ କରାଇ ନେଇଛନ୍ତି ।
“ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ,
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।
ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ,
ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ ।”
The Lakshmi Purana
teaches all to pay extreme regard to Goddess Lakshmi and the person who
disregards Her is sure to fall on evil days. This means that wealth should be
well-protected and properly used and misutilization of wealth is sure to make a
person suffer.