29 April 2013

ଟୁସୁ ପରବ


ମୟୂରଭଞ୍ଜ, କେଉଁଝର ଏବଂ ପଡୋଶୀ ରାଜ୍ୟ ଝାରଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ମକର ପର୍ବ ସହିତ ଟୁସୁ ପର୍ବ ବହୁତ ଜାକଜମକରେ ପାଳିତ ହୁଏ l ଏହା ଝିଅମାନଙ୍କର ପର୍ବ ଟୁସୁ ପୂଜା ପୌଷମାସରେ ଆରମ୍ଭ ହୋଇ ମକର ସଂକ୍ରନ୍ତି ଦିନ ଶେଷହୁଏ l

କିମ୍ବଦନ୍ତୀ ଅନୁସାରେ, ଏକଦା ଟୁସୁ ନାମରେ ଗୋଟିଏ ଆଦିବାସୀ ଝିଅ ଜଣେ ଲମ୍ପଟ କବଳରୁ ନିଜର ସତୀତ୍ୱ ରକ୍ଷାକରିବା ପାଇଁ ନଈକୁ ଡେଇଁ ପ୍ରାଣ ବିସର୍ଜନ କରିଥିଲା; ସେଦିନ ଥିଲା ମକର ସଂକ୍ରାନ୍ତି l ସେହି ଦୁଃଖଦ କାହାଣୀର ସ୍ମୃତିରେ, ତାର ଆତ୍ମସମ୍ମାନର ମର୍ଯ୍ୟାଦାରେ, ଝିଅମାନେ ଟୁସୁକୁ ଦେବୀ ରୂପରେ ପୂଜା କରନ୍ତି, ଏବଂ ନିଜର ସମ୍ମାନ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦିତ କରନ୍ତି l ଏହି ସମୟରେ ବିଭିନ୍ନ ପ୍ରକାରର ଟୁସୁ ପ୍ରତିମାମାନ ହାଟବଜାରରେ ଉପଲବ୍ଧ ହୁଏ l ଝିଅମାନେ ଟୁସୁଦେବୀକୁ ସୁନ୍ଦର ଭାବରେ ସଜାଇ ଗୀତ (ଟୁସୁ-କାହାଣୀ) ଗାଇ ଗାଇ ଘର ଘର ବୁଲାନ୍ତି  ଏବଂ ମକର ସଂକ୍ରନ୍ତି ଦିନ ବହୁତ ଜାକଜମକରେ ନଦୀ ବା ପୋଖରିରେ ବିସର୍ଜନ କରନ୍ତି l

ବର୍ତ୍ତମାନ ନାରୀ ମାନଙ୍କର ସୁରକ୍ଷା ନେଇ ଚାରିଆଡେ ଚର୍ଚ୍ଚା ଓ ସଚେତନତାର ପ୍ରଚାର ଚାଲିଛି ଗୋଟିଏ ଅଘଟଣ ଘଟିଲେ ପ୍ରତିବାଦ ଜଣାଇବା ପାଇଁ ଓ ଦୋଷୀକୁ ଦଣ୍ଡଦେବା ପାଇଁ କିଛିଦିନ ହାହୋଲ୍ଲା ଦଙ୍ଗାହଙ୍ଗାମା ପରେ ସବୁ ଗତାନୁଗତିକ ରୀତିରେ ଚାଲୁଛି । ଏପରି ଅପରାଧ ପାଇଁ କଡ଼ା ନିୟମକାନୁନ ମଧ୍ୟ ପ୍ରଣୟନ କରାଯାଇଛି ତଥାପି ନାରୀମାନଙ୍କ ପ୍ରତି ଦୁର୍ବ୍ୟବହାର, ଦୁଷ୍କର୍ମର ଘଟଣା ବଢି ଚାଲିଛି  ଏହି ପରିପ୍ରେକ୍ଷୀରେ ବିଚାରକଲେ ଟୁସୁପର୍ବ ପାଳନ ବହୁତ ଗୁରୁତ୍ୱ ବହନ କରେ ବାସ୍ତବରେ, କାହିଁ କେଉଁ ଦିନରୁ ପାଳିତ ହୋଇ ଆସୁଥିବା ଟୁସୁ ଉତ୍ସବର ତାତ୍ପର୍ଯ୍ୟକୁ ଅନୁଶୀଳନ କଲେ ଏହି ପର୍ବ ମାଧ୍ୟମରେ ଯୁବତୀମାନଙ୍କର ଅସାମାଜିକଙ୍କ ବିରୋଧରେ ଏକ ସ୍ପଷ୍ଟ ପ୍ରତିବାଦ ପରି ମନେହୁଏ l  

 

No comments:

Post a Comment