ଫୁଲ ଗଛରେ ପ୍ରଥମ ଫୁଲ ଫୁଟିଲେ, ଫଳ ଗଛରେ ପ୍ରଥମ ଫଳ ଫଳିଲେ, ଗାଈ ପ୍ରଥମ ବାଛୁରୀ ଜନ୍ମ କଲେ
ବହୁତ ଖୁସି ଲାଗେ । ଗଛର ପ୍ରଥମ ଫୁଲ ବା ଫଳ
ଠାକୁରଙ୍କୁ ଅର୍ପଣ କରାହୁଏ । ନାରୀଟିଏ ଯେତେବେଳେ ମାଆ ହୁଏ,
ଦଶମାସ ଦଶଦିନ ଗର୍ଭରେ ଧରି ବହୁ କଷ୍ଟ ସହି ପ୍ରଥମ ସନ୍ତାନକୁ ଜନ୍ମ ଦିଏ, ସେତେବେଳେ ତା’ର ନାରୀ ଜୀବନ ପୂର୍ଣ୍ଣତା ଲାଭ କରେ; ପ୍ରଥମ ସନ୍ତାନ ପାଇଁ ଘରେ ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଏ । ପ୍ରଥମ ବା ଜ୍ୟେଷ୍ଠ ସନ୍ତାନ ହିଁ ଘରର ଦୀପଶିଖା; ପିତାମାତାଙ୍କ ପରେ ସେ ଘର ସମ୍ଭାଳେ, ପରିବାରର ଭଲମନ୍ଦ ସେ
ବୁଝେ । ତେଣୁ ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଜଣାଇ ତା’ର ସୁଖ ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମାର୍ଗଶୀର
ମାସ କୃଷ୍ଣ ଅଷ୍ଚମୀ ଦିନ ପାଳିତ ହୁଏ ‘ପ୍ରଥମାଷ୍ଟମୀ
ପର୍ବ’ ।
ପୂର୍ବେ ମାର୍ଗଶୀର ମାସକୁ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଯାଉଥିଲା । ତେଣୁ ଏହି ମାସର ଅଷ୍ଟମୀକୁ ‘ପ୍ରଥମାଷ୍ଟମୀ’ କୁହାଯାଉଥିଲା । ଯେପରି
ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଅଶୋକାଷ୍ଟମୀ ବିଭିନ୍ନ ଦେବଦେବୀଙ୍କ ଜନ୍ମ ଦିବସ, ପ୍ରଥମାଷ୍ଟମୀ
ସେପରି ନୁହେଁ; ଏହି ଦିନ ପିତାମାତାଙ୍କ ପ୍ରଥମ ସନ୍ତାନ ‘ପଢୁଆଁ’
ହୁଅନ୍ତି ।
ଏହି ପର୍ବ ଦିନ ବଡ଼ପୁଅ ବା ବଡ଼ଝିଅଙ୍କୁ ନୂଆ ବସ୍ତ୍ର ପିନ୍ଧିବାକୁ ଦିଆଯାଏ ଓ ତାଙ୍କୁ
ପିଢାରେ ବସାଯାଏ । ତାଙ୍କ ଆଗରେ ପୂର୍ଣ୍ଣ କଳସ
ସ୍ଥାପନ କରି ତା’ ଉପରେ ଆମ୍ବ ଡ଼ାଳ, ପଇଡ଼ ରଖାଯାଏ ଏବଂ ଗୃହର ଇଷ୍ଟ ଦେବତା ଓ
ଷଷ୍ଠୀଦେବୀଙ୍କୁ ପୂଜା କରାଯାଏ, ଯିଏ କି ସନ୍ତାନସନ୍ତତିଙ୍କର ରକ୍ଷା କରନ୍ତି । ତା’ପରେ
ମାଆ କିମ୍ବା ପରିବାରର ଅନ୍ୟ କେହି ମାତୃସ୍ଥାନୀୟା ପଢୁଆଁ ପୁଅ/ଝିଅଙ୍କୁ ସିନ୍ଦୁର, ଚନ୍ଦନ ଲଗାଇ ନିରୋଗ ଓ ଦୀର୍ଘ ଜୀବନ
କାମନା କରି ଦୂବ, ଅରୁଆ ଚାଉଳ, ଦୀପରେ ତାଙ୍କର ବନ୍ଦାପନା କରନ୍ତି । ବନ୍ଦାପନା ପରେ ଏହି ପର୍ବ ଅବସରରେ ତିଆରି କରାହୋଇଥିବା ଓଡ଼ିଆଙ୍କର
ସ୍ୱତନ୍ତ୍ର ବ୍ୟଞ୍ଜନ ଏଣ୍ଡୁରି ପିଠା, ଚକୁଳି ପିଠା, ହଳଦୀ ପତ୍ର ପିଠା, ଖିରି ତାଙ୍କୁ ଖାଇବାକୁ
ଦିଅନ୍ତି ଓ ଅନ୍ୟ ସମସ୍ତେ ମଧ୍ୟ ଖାଆନ୍ତି ।
ପ୍ରଥମାଷ୍ଟମୀ ଦିନ ମାମୁଁ, ମାଇଁମାନେ ମଧ୍ୟ ବଡ଼ ଭଣଜା, ଭଣିଜୀଙ୍କୁ ନୂଆ ବସ୍ତ୍ର ପିନ୍ଧାଇ
ଖିରିପିଠା ଖୁଆଇ ପଢୁଆଁ କରିଥାଆନ୍ତି । ଭୁବନେଶ୍ୱରର
ମହାପ୍ରଭୁ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାଆନ୍ତି ।
ପ୍ରଥମାଷ୍ଟମୀ ଓଡ଼ିଶାର ନିଜସ୍ୱ ପର୍ବ, ଏକ ପାରିବାରିକ ପର୍ବ । ଏହି ପର୍ବ ପରିବାର ମଧ୍ୟରେ ଦାୟିତ୍ୱ ଓ କର୍ତ୍ତବ୍ୟ
ସମ୍ପର୍କରେ ସଚେତନ ହେବା, ସ୍ନେହ, ଶ୍ରଦ୍ଧାଶୀଳ ହେବା, ସାମାଜିକ ଜୀବନକୁ ମାର୍ଜିତ କରିବାର
ଶିକ୍ଷା ଦିଏ ।
Prathamastami is celebrated on the
eighth day in the month of Margasira (November-December) and is one of
the most popular festivals of Orissa. This is widely observed throughout the
State. On this occasion the eldest child of the family is honoured. The social
significance of this festival is that the first-borns are brighter and it is
ultimately they who take up the burden of the family after the death of the
parents. For such obvious reasons the eldest child is honoured to occupy the
respectable place in the family and it is he who maintains the heredity. A
special variety of cake (Pitha) is prepared on this occasion called ‘Enduri’.
No comments:
Post a Comment