27 November 2013

ମାଣବସା ଗୁରୁବାର

ନମସ୍ତେ କମଳା ମାଗୋ ଅତି ଦୟାବତୀ
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।।
ତୋର ଦୟାବଳେ ମାଗୋ ଦରିଦ୍ର ଜନର
ହୁଅଇ ଅଚଳବିତ୍ତ ଜିଣଇ କୁବେର ।।
କବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ଓଡ଼ିଶାର ଘରେ ଘରେ ପରିଚିତ ଲକ୍ଷ୍ମୀଙ୍କର ବରପ୍ରାପ୍ତ ହୋଇ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆ ଅଜସ୍ର ଧନସମ୍ପଦରେ ପରିପୂର୍ଣ୍ଣ ଚନ୍ଦନ ଉଆସରେ ପରିଣତ ହେବା ସହ ପୁତ୍ରହୀନା ଶ୍ରୀୟା ପଞ୍ଚପୁତ୍ରର ଜନନୀ ହେବା ଏବଂ ଲକ୍ଷ୍ମୀଛଡ଼ା କଳଙ୍କ ବୋହି ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇ ଅନେକ କଷ୍ଟ ଭୋଗିବା କଥା ସମସ୍ତେ ଜାଣନ୍ତି ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି

ପ୍ରତ୍ୟେକ ଓଡ଼ିଆଣୀ ଏହାକୁ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତି ପୂଜାର ପୂର୍ବଦିନ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କରାହୁଏ, ଗୋବରରେ ଲିପା ହୁଏ, ଅରୁଆ ଚାଉଳ ବାଟି ଲକ୍ଷ୍ମୀପାଦ, ପଦ୍ମଫୁଲ, ଧାନକେଣ୍ଡା, ହାତୀ ଇତ୍ୟାଦିର ଝୋଟି ଦିଆ ହୁଏ ଗୁରୁବାର ଦିନ ନାରୀମାନେ ଶୁଦ୍ଧପୂତା ସହକାରେ ଲକ୍ଷ୍ମୀଙ୍କ ପ୍ରତିମା ରୂପେ ଧାନମପା ମାଣରେ ଶୁକ୍ଳଧାନ ରଖି ଫଳମୂଳ, ଅରୁଆ ଚାଉଳ, ଦୂବପତ୍ର, ଧୂପଦୀପ ନୈବେଦ୍ୟ ଦେଇ ମା ଙ୍କର ପୂଜା ଆରାଧନା କରନ୍ତି ଶଙ୍ଖ, ହୁଳହୁଳି, ଲକ୍ଷ୍ମୀ ପୁରାଣ ପାଠ ସହିତ ଖିରି, ଖେଚୁଡ଼ି, ପିଠାପଣାର ଭୋଗରେ ଘର ପବିତ୍ର ଓ ଆନନ୍ଦମୟ ହୋଇଉଠେ

ଅନ୍ୟ ପର୍ବପର୍ବାଣି ପରି ମାଣବସା ଗୁରୁବାରରେ ମଧ୍ୟ ସ୍ୱାସ୍ଥ୍ୟ ଓ ସାମାଜିକ ବିଜ୍ଞାନର ତଥ୍ୟ ରହିଛି ପରିଷ୍କାର ପରିଚ୍ଛନ୍ନ ରହିବା, ପ୍ରତ୍ୟେକ ଜିନିଷ ଯଥାସ୍ଥାନରେ ରଖି ଘର ସଜାଡ଼ିବା, ପ୍ରଭାତରୁ ଶଯ୍ୟାତ୍ୟାଗ କରିବା, କର୍ମ ଚଞ୍ଚଳ ହେବା, ଗୃହରେ ଶାନ୍ତିଶୃଙ୍ଖଳା ଓ ସ୍ନେହଶ୍ରଦ୍ଧା ବଜାୟ ରଖିବା, ଉଚ୍ଚନୀଚ ଭେଦଭାବ ନ ରଖିବା ଇତ୍ୟାଦି ନୀତିଶିକ୍ଷା ଏଥିରୁ ମିଳେ ଘରଦ୍ୱାର ଗୋବରରେ ଲେପିବା ଫଳରେ ଗୃହର ପବିତ୍ରତା ବୃଦ୍ଧି ପାଇବା ସହିତ ବହୁ ଅନିଷ୍ଟକାରୀ ଜୀବାଣୁ ନଷ୍ଟ ହୁଅନ୍ତି

ପରିଷ୍କାର ପରିଚ୍ଛନ୍ନତାର ଅନ୍ୟ ନାମ ସୌନ୍ଦର୍ଯ୍ୟ ଏହି ସୌନ୍ଦର୍ଯ୍ୟ ଓ ନିର୍ମଳତା ହିଁ ଲକ୍ଷ୍ମୀ ଲକ୍ଷ୍ମୀ ପୁରାଣଟି ଏକାଧାରରେ ପତିବ୍ରତା, ଅତିଥି ସେବା, କୂଳାଚାର, ଲୋକାଚାର, ଜାତିଭେଦ, ସଂସାରନୀତି, ସ୍ୱାସ୍ଥ୍ୟନୀତିର ଏକ ଅପୂର୍ବ ସମାହାର 



Manabasa Gurubara: Goddess Lakshmi is worshipped by women and girls in Odisha on every Thursday of the month of Margasira (November – December) and this is known as Manabasa Gurubara. Margasira is the ninth month in Odia calendar. Mahalakshmi, or Laxmi, is the Hindu goddess of wealth and prosperity and is believed to visit homes in Margasira month.
On the morning of Manabasa Gurubar, Odia women wake up early in the morning and clean the house to welcome Goddess Lakshmi. There is a popular belief that Goddess Lakshmi only visits clean houses. So all the dirt is removed and the houses are kept spick and span.
The entrance to the home is decorated with Alpana. Special pujas are offered to Lakshmi and Odia scripture Mahalakshmi Purana is read on all Thursdays. The doorsteps of every room are decorated with chita which is the artistic Odishan alpana.
A bamboo pot (called “Mana” in Odia) is filled with freshly paddy. On this festival there is a custom to read the “Mahalaxmi Puran” which is written by Poet Balaram Das while performing the Manabasa Gurubar Puja.

2 comments: